Energy Milk – ମାତ୍ର ୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର

0 423

ବେଳେବେଳେ ଆମ ଶରୀର ର ବିଭିନ୍ନ ଅଂଶ ରେ ବ୍ୟଥା ହୋଇଥାଏ l ଯେମିତି କି ଗୋଡ, ବେକ, ଅଣ୍ଟା, ଗୋଇଠି ଆଦି ର ଗଣ୍ଠି ମାନଙ୍କ ରେ ବ୍ୟଥା ହୋଇଥାଏ l ଯାହାକି ବହୁତ ବଡ ସମସ୍ୟା ହୋଇଥାଏ ଏବଂ ଏହା ବହୁତ କଷ୍ଟ ଦେଇଥାଏ l ଏହି ପ୍ରକାରର ର ସମସ୍ୟା ପ୍ରାୟତଃ ବୟସ୍କ ମାନଙ୍କ ପାଖ ରେ ଦେଖା ଯାଇଥାଏ l ଆମ ଶରୀର ରେ ଥିବା ହାଡ ଗୁଡିକ ଯେତେବେଳେ ଶୁଷ୍କ ହୋଇଯାଏ ସେତେବେଳେ ତାର କାର୍ଯ୍ୟ କରିବାରେ ଅକ୍ଷମ ହୋଇଥାଏ ଏବଂ ଏହି ପ୍ରକାର ର ସମସ୍ୟା ଦେଖାଯାଇଥାଏ l

ଏହି ପ୍ରକାରର ସମସ୍ୟା କୁ ଦୂର କରିବା କୁ ହେଲେ ଗୋଟିଏ ଘରୋଇ ଉପଚାର ଅଛି ଏବଂ ଏହା ପ୍ରାକୃତିକ ଜିନିଷ କୁ ବ୍ୟବହାର କରି ତିଆରି କରାଯାଇଥାଏ l ଶରୀର ର ଯେଉ ସ୍ଥାନ ରେ କଷ୍ଟ ହେଉଥିବ ତାହା ଏହି ଚମତ୍କାରୀ କ୍ଷୀର ମାତ୍ର 7 ଦିନ ପିଇବା ଦ୍ବାରା ଦୂର ହୋଇଯିବ ଏବଂ ଏହା ସେବନ କରିବା ଦ୍ଵାରା ଏହା ଶୀଘ୍ର ଠିକ ହୋଇଯାଇଥାଏ l

ଯେମିତି କି ଗୋଡ, ହାତ, ଅଣ୍ଟା, ଗୋଇଠି ଆଦିରେ ହେଉଥିବା କଷ୍ଟ କୁ ଦୂର କରିପାରିବ, ରକ୍ତର ଅଭାବ ଦୂର, ଆଖି ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହାକୁ ଘରୋଇ ଉପଚାର ଦ୍ଵାରା ତିଆରି କରିବା ବହୁତ ସହଜ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା କୁ ଆମେ ଘରୋଇ ଉପଚାର ଦ୍ଵାରା କେମିତି ତିଆରି କରିପାରିବା,

ଆବଶ୍ୟକ ସାମଗ୍ରୀ-

ଗରମ କ୍ଷୀର
ଡ୍ରାଏ ଖଜୁରୀ
କାବୁଲି ବାଦାମ ବା ଆଲମଣ୍ଡ
ଡାଳଚିନିଖଣ୍ଡ
ହଳଦୀ

ପ୍ରସ୍ତୁତ ପ୍ରଣାଳୀ-

 

ପ୍ରଥମେ ଗରମ କ୍ଷୀରରେ ଡ୍ରାଏ ଖଜୁରି ଯାହାକୁ ଆମେ ଛୁଆଁରା ମଧ୍ୟ କହିଥାଉ ତାହାକୁ 5-7ଟି ନେଇ କ୍ଷୀରରେ 2-3ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଖଜୁରୀରୁ ତାହାର ମଞ୍ଜି ବାହାର କରିଦେବେ ଏବଂ ଗ୍ରାଇଡିଂ କରିଦେବେ । ଏହାପରେ ସେଥିରେ କାବୁଲି ବାଦାମ ବ୍ୟବହାର କରିବା, କାରଣ ଏଥିରେ ମଧ୍ୟ ବହୁତ ସାରା ପୋଷକତତ୍ବ ଭରି ରହିଥାଏ, ଏହାକୁ ଯଦି ଆପଣ ପ୍ରତିଦିନ ଖାଇବେ ତେବେ ଆପଣଙ୍କର ମେମୋରିପାୱାର ବଢିଥାଏ ଏବଂ ଭିଟାମିନର ଅଭାବ ଥିଲେ ତାହା ପୂରଣ ହୋଇଯାଏ । ଏହି ବାଦାମକୁ ଛୋଟଛୋଟ ପିସରେ କାଟି ଦେ୍ବେ ।


ଏବେ ଆପଣ ଏକ ପାତ୍ରକୁ ନେଇ ଗ୍ୟାସରେ ବସାଇବେ ଏବଂ ସେଥିରେ ଅଢେଇକପ୍ କ୍ଷୀର ଢାଳିବେ , କଟାବାଦାମ, ଅଳ୍ପ ହଳଦୀଗୁଣ୍ଡ, ଦେଢଇଞ୍ଚ ଲମ୍ବର ଡାଳଚିନିଖଣ୍ଡ ମିଶାଇବେ । ଏହାପରେ ତାହାକୁ 2ମିନିଟ ପର୍ଯ୍ୟନ୍ତ ଭଲଭାବରେ ଫୁଟାନ୍ତୁ । ଏହାପରେ ସେଥିରେ ଖଜୁରୀପେଷ୍ଟ ପକାଇ ପୁଣି ଫୁଟାନ୍ତୁ, ଯେମିତି କ୍ଷୀର ବହଳିଆ ହୋଇଯିବ । ତାପରେ ସେଥିରୁ ଡାଳଚିନିଖଣ୍ଡକୁ ବାହାର କରିଦେଇ ଗରମଗରମ ସେହି କ୍ଷୀରକୁ ପିଅନ୍ତୁ । ଏହି କ୍ଷୀରକୁ ଆପଣ କୌଣସି ବି ସମୟରେ ପିଇପାରିବେ ଏବଂ ସମସ୍ତେ ପିଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।