ହାଇକୋର୍ଟଙ୍କ ବଡ ରାୟ – ଏଣିକି ଛାଡପତ୍ର ପରେ ନେବେ ସ୍ବାମୀର ଭରଣ ପୋଷଣ ଦାୟିତ୍ବ ଦେବାକୁ ପଡିବ ମାସିକ ଖର୍ଚ୍ଚ . …ଆପଣଙ୍କ ମତାମତ କ’ଣ କମେଣ୍ଟରେ ଜଣାନ୍ତୁ

0 108

ବନ୍ଧୁଗଣ ହାଇକୋର୍ଟ ପକ୍ଷରୁ ନିଆଯାଇଛି ଏକ ଯୁଗାନ୍ତକାରୀ ରାୟ ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଏବେ। ତେବେ ହାଇକୋର୍ଟ ର ରାୟ ଅନୁଯାୟୀ ଏଣିକି ସ୍ତ୍ରୀ ଛାଡ଼ପତ୍ର ନେବା ପରେ ସ୍ବାମୀ ଙ୍କୁ ତାଙ୍କୁ ଭରଣ ପୋଷାଣ ଦେବାକୁ ପଡିବ ନାହିଁ ବରଂ ଏବେ ଛାଡପତ୍ର ପରେ ସ୍ୱାମୀ ସ୍ତ୍ରୀ କୁ ନୁହେଁ ବରଂ ସ୍ତ୍ରୀ ମାସିକ ଖର୍ଚ୍ଚ ବାବଦ କୁ ସ୍ୱାମୀ ଙ୍କୁ ଦେବାକୁ ପଡିବ। ତେବେ ଔରଙ୍ଗାଜେବବାଦ ହାଇକୋର୍ଟ ର ଏହି ଐତିହାସିକ ରାୟ କୁ ସବୁଆଡେ ପ୍ରଶଂସା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ରାୟ ପଛ ରେ ଥିବା କାହାଣୀ ବିଷୟରେ।

ବନ୍ଧୁଗଣ ଆପଣ ଦେଖୁଥିବେ କି ଆଜିକାଲି ର ଏହି ସ୍ୱାର୍ଥପର ଦୁନିଆଁ ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସେହି ପବିତ୍ର ସମ୍ପର୍କ ଓ ଭଲପାଇବା ଆଉ ଦେଖା ଯାଉ ନାହିଁ। ସଂସାର କଲେ କଳି ଝଗଡା ହେବା ଏକ ସାମାନ୍ୟ କଥା ଅଟେ ମାତ୍ର ଏହି ସାଧାରଣ କଥାକୁ ନେଇ ବର୍ତ୍ତମାନ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ହେଉଛି ଛାଡପତ୍ର। ଟିକିଏ ଟିକିଏ କଥା ରେ ଛାଡପତ୍ର ହେବା ବର୍ତ୍ତମାନ ମହିଳା ଓ ପୁରୁଷ ମାନଙ୍କ ଭିତରେ ସାଧାରଣ ହୋଇଗଲାଣି। ଆଉ ଛାଡପତ୍ର ନେବା ପରେ କୋଟରେ ଯାଇ ସ୍ୱାମୀ ଙ୍କ ବିରୋଧ ରେ କେସ ଫାଇଲ କରି ତାଙ୍କ ଠାରୁ ମାସିକ ଖର୍ଚ୍ଚ ନେଉଛନ୍ତି ମହିଳା ମାନେ।

ତେବେ କିନ୍ତୁ ବର୍ତ୍ତମାନ ଆଉ ସେହିପରି ହେବ ନାହିଁ। ତେବେ ଔରଙ୍ଗାଜେବବାଦ ହାଇକୋର୍ଟ ର ଏହିପରି ନିଷ୍ପତ୍ତି ନେବାର କାରଣ ହେଉଛନ୍ତି ଜଣେ ଯୁବକ ଯିଏକି ନିଜ ପତ୍ନୀ ଙ୍କ ସହ ଛାଡପତ୍ର ହେବା ପରେ ତାଙ୍କ ଠାରୁ ମାସିକ ଖର୍ଚ୍ଚ ଦାବି କରିଥିଲେ।ତେବେ ସୂଚନା ଅନୁସାରେ ଏହି ଦମ୍ପତି ୧୯୯୨ ମସିହାରେ ବିବାହ କରିଥିଲେ ମାତ୍ର ବିବାହ ର କିଛି ବର୍ଷ ପରେ ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିଥିଲେ କି ସେ ସ୍ୱାମୀ ଙ୍କ ସହ ଖୁସି ରେ ନାହାନ୍ତି ତେଣୁ ଛାଡପତ୍ର ନେବେ ବୋଲି।

ମାତ୍ର ସ୍ତ୍ରୀ ର ଏହି ଅଭିଯୋଗ ଉପରେ ଅନ୍ୟ ଏକ ଅଭିଯୋଗ ଆଣିଥିଲେ ଯୁବକ ସେ କହିଥିଲେ କି ମୁଁ ସେହିପରି କୌଣସି କାମ କରେ ନାହିଁ କିନ୍ତୁ ମୋ ସ୍ତ୍ରୀ ଚାକିରୀ କରିଛନ୍ତି ତେଣୁ ସେ ମୋତେ ମାସିକ ଖର୍ଚ୍ଚ ଦିଅନ୍ତୁ ନଚେତ ମୁଁ ଚଳିବି କିପରି। ମୁଁ ତାକୁ ବିବାହ କରିବା ପରେ ତାର ପାଠ ପଢିବା ରେ ଅନେକ ଟଙ୍କା ପଇସା ଖର୍ଚ୍ଚ କରିଛି ଆଉ ବର୍ତ୍ତମାନ ସେ ଚାକିରୀ କରି ମାସିକ ୩୦ ହଜାର ଟଙ୍କା ପାଉଛି। ତେଣୁ ମୋର ଭରଣ ପୋଷଣ ପାଇଁ ମାସିକ ୩ ହଜାର ଟଙ୍କା ସେ ଦିଅନ୍ତୁ ବୋଲି।

ତେବେ ମହିଳା ଜଣଙ୍କ ମଧ୍ୟ ସ୍ୱାମୀ ଙ୍କର ଏହି ଅଭିଯୋଗ କୁ ସ୍ୱୀକାର କରିଥିଲେ ଏବଂ ଔରଙ୍ଗାଜେବବାଦ ହାଇକୋର୍ଟ ରାୟ ଦେଇଥିଲେ ତାଙ୍କୁ ସ୍ୱାମୀ ଙ୍କୁ ମାସିକ ଖର୍ଚ୍ଚ ଦେବା ପାଇଁ। ତେବେ ଔରଙ୍ଗାଜେବବାଦ ହାଇକୋର୍ଟ ର ଏହି ରାୟ କୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।