୭ ମାସର ଗର୍ଭବତୀ ମହିଳାଙ୍କୁ ଦେଖନ୍ତୁ କିପରି ପିଟି ପିଟି ମାରି ଦେଲେ ପରିବାରର ନିର୍ଦୟ ଲୋକ ଦେଖନ୍ତୁ ହୃଦୟକୁ ଥରିଦେବା ଭଳି ଭିଡିଓ…

0 297

ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା । ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ ।

ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ ଅଟେ ।

ସୂଚନା ଅନୁସାରେ , ବଲାଙ୍ଗୀର ର ତାଳିସାହି ଠାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ର ଲୋକେ ଯୌତୁକ ପାଇଁ ନିଜର ୭ ମାସ ର ଗର୍ଭବତୀ ବହୁ ର ହତ୍ୟା କରିଛନ୍ତି ।ତେବେ ଝିଅ ଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ୨୪ ଜାନୁଆରୀ ମାସ ୨୦୨୧ ମସିହାରେ ବଲାଙ୍ଗୀର ର ବିପିନ ଙ୍କ ସହ ପୁଷ୍ପାଞ୍ଜଳି ପ୍ରଧାନ ଙ୍କର ବିବାହ ହୋଇଥିଲା। ତେବେ ବିବାହ ରେ ଝିଅ ପରିବାର ଲୋକେ ତାଙ୍କର ଝିଅ କୁ ବିବାହ କରି ତାର ଶଶୁର ଘରକୁ ପଠେଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ କି ସେମାନେ ତାଙ୍କର ଝିଅ କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ବୋଲି ।

ତେବେ ସେମାନେ କହିଛନ୍ତି ଯେ ,ବିବାହ ସମୟରେ ବର ପକ୍ଷ ଲୋକ ଯାହା ଦାବି କରିଥିଲେ ଝିଅ ର ପରିବାର ଲୋକ ତାହା ବିବାହ ସମୟରେ ଦେଇଥିଲେ । ତେବେ ବିବାହ ର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ବାହାଘର ପରେ ଯେତେବେଳେ ଝିଅ ଟି ଗର୍ଭବତୀ ଥିଲା ସେତେବେଳେ ଝିଅ କୁ ପୁଣି ଥରେ ବାପ ଘରୁ ଯୌତୁକ ଆଣିବାକୁ କହିଥିଲେ । କିନ୍ତୁ ଝିଅ ର ବାପ ଘର ଲୋକେ ଏହାକୁ ଦେବା ପାଇଁ ସମର୍ଥ ନଥିଲେ । ତେଣୁ ସେମାନେ ବୁଝାମଣା କରିବାକୁ ଗୋଟିଏ ଦିନ ଆସିଥିଲେ ।

ମାତ୍ର ଏହା ଭିତରେ ପୁଷ୍ପାଞ୍ଜଳି ୭ ମାସ ର ଗର୍ଭବତୀ ଥିଲେ ଆଉ ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଅନୁସାରେ ଝିଅ ର ପରିବାର ଲୋକେ ୭ ମାସ ର ଗର୍ଭବତୀ ଝିଅ କୁ ସଦ ଖୁଆଇବା ପାଇଁ ସବୁ ସଜବାଜ କରି ଝିଅ ଶଶୁର ଘରେ ପହଞ୍ଚି ଥିଲେ। ମାତ୍ର ସେଠାରେ ପହଁଚିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଯୌତୁକ ଘଟଣା କୁ ନେଇ ଝିଅ ଟିର ସ୍ୱାମୀ ବିପିନ ଓ ଶାଶୂ ତାକୁ ବହୁତ ଅକଥନୀୟ ନିର୍ଯ୍ୟାତନା ଦେଇଥିଲେ। ଏପରି କି ଗର୍ଭବତୀ ଝିଅ ଟିକୁ ମାର ପିଟ କରିଥିଲେ ଏବଂ ସେଥିରେ ଯୁବତୀ ଜଣଙ୍କ ର ମୃତ୍ୟୁ ଘଟିଥିଲା। ତେବେ ଏନେଇ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି ମାତ୍ର ଘଟଣା ଟି ଅତ୍ୟନ୍ତ ନିନ୍ଦନୀୟ ଅଟେ।ତେବେ ଏହିପରି ଆଉ କେହି ଯୌତୁକ ନିଆଁ ରେ ନ ଜଳିଯାଆନ୍ତୁ ବୋଲି ଆଶା କରୁଛୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।