ପାଣି ସୁଅରେ ଜୀବନ ଓ ମୃତୁ ମଧ୍ୟରେ ସଂଗ୍ରାମ କରୁଥିଲେ 2 ବ୍ୟକ୍ତି ଓ ହଠାତ ହେଲା କିଛି ଏମିତି…ଯାହାହେଲେ ମାତ୍ର 5ମିନିଟ୍ ର ଭିଡିଓ 4କୋଟି ଲୋକ ଦେଖିସାରିଲେନି

0 216

ଜୀଵନ ଆଉ ମୃତ୍ୟୁ ପ୍ରତ୍ୟେକ ମଣିଷ ଜୀବନରେ ବାସ୍ତବ ସତ୍ୟ ବୋଲି ମାନା ଯାଏ, ତେବେ ଯେତେବେଳେ ଗୋଟିଏ ଶିଶୁର ଜନ୍ମ କଥା ଶୁଣିଥାଉ ସେତେବେଳେ ଆମେ ଖୁସି ହୃ କିନ୍ତୁ ଯେତେବେଳେ ମୃତ୍ୟୁ କଥା ଶୁଣୁ ସେତେବେଳେ ଆମେ ବହୁତ ଦୁଃଖ କରୁ । କିନ୍ତୁ ଏହି ଦୁଇଟି ସମୟ ପ୍ରତ୍ୟେକଙ୍କ ଜୀବନରେ ଆସିଥାଏ, କିନ୍ତୁ ବହୁତ ସମୟରେ ମୃତ୍ୟୁ ଏମିତି ଆସିଥାଏ ଯାହାକୁ ଆମେ କେବେ କଳନା ବି କରି ନଥାଉ ।

ତେବେ ଆମ ଶାସ୍ତ୍ର ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ୟ୍ଯନ୍ତ ପ୍ରକୃତିର ପଞ୍ଚ ତତ୍ତ୍ୱ ଆଗରେ ସମସ୍ତଙ୍କୁ ନତମସ୍ତକ ହେବାକୁ ପଡିଛି ।ଆଉ ଯେତେବେଳେ ବି ଏହି ପଞ୍ଚ ତତ୍ତ୍ୱ ର ତାଣ୍ଡବ ଆରମ୍ଭ ହୁଏ ସେତେବେଳେ ସେ କାହାକୁ ମାନେନା ।

ତେବେ ସବୁଠାରୁ ଆମେ ଜଳରେ ଘଟୁଥିବା ଘଟଣା ଗୁଡିକ ଅଧିକ ଦେଖିବାକୁ ପାଉ ।ତେବେ ଜଳ ନରହିଲେ ବି ଜୀଵନ ରହିବ ନାହିଁ ଆଉ ଜଳ ଅଧିକ ହେଲେ ବି ଜୀଵନ ରହିବ ନାହିଁ ।ତେବେ ଆମେ ଆଜି ଏମିତି ଗୋଟିଏ ଘଟଣା କଥା କହିବୁ ଯାହା ଦେଖିଲେ ଜାଣି ପାରିବେ ଜଳ ଯେତେବେଳେ ଅଧିକ ହୁଏ ସେତେବେଳେ କଣ ଘଟେ ।

ଆପଣ ଏହି ଦୃଶ୍ୟରେ ଦେଖି ପାରିବେ ଦୁଇ ଜଣ ବ୍ୟକ୍ତି ଜଳ ସୁଅରେ ଭାସି ଯାଉଛନ୍ତି ଆଉ ପ୍ରାଣ ବିକଳରେ ଚିତ୍କାର ବି କରୁଛନ୍ତି ।ତେବେ ଏହି ଦୃଶ୍ୟରେ ବ୍ୟକ୍ତି ଦୁଇ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ସବଇଞ୍ଜିନିୟର ଏସ.କେ.ବର୍ମା ଓ ଆଉ ଜଣେ ସୁପରଭାଇଜର ଯେଉଁ ମାନେ ଜବଲପୁର ବରେଗୀରୁ ବାହାରିଥିବା ଘାଇ ତଟ କେନାଲରେ ନିରୀକ୍ଷଣରେ ଆସିଥିଲେ ।କିନ୍ତୁ ଦୁର୍ଭାଗ୍ୟ ବଶତ ସେମାନେ ଆସୁଥିବା ସମୟରେ ତାଙ୍କର ବାଇକ ସେହି କେନାଲରେ ଭାସି ଯାଇଥିଲା ।

ତେବେ ବର୍ଷାଋତୁ ହେଇ ଥିବାରୁ ବର୍ଷାର ପାଣି କେନାଲରେ ଭର୍ତ୍ତି ହେଇଥିଲା ଓ ଖୁବ ସୁଅ ପଡିଥିଲା ତେଣୁ ସେମାନେ ଆଉ ନିଜକୁ ସେହି ସୁଅ ଆଗରୁ ରକ୍ଷା କରି ପାରିନଥିଲେ । ଆଉ ଦୂରକୁ ଦୂରକୁ ଭାସି ଯାଉଥିଲେ ତେବେ ସୌଭାଗ୍ୟ ବଶତ ସେମାନଙ୍କ ଚିତ୍କାର ଶୁଣି ସେହି ଗ୍ରାମର କିଛି ଲୋକ ଦୁଇ ଜଣଙ୍କୁ ଉଧାର କରିବାକୁ ଚେଷ୍ଟା କରିଥିଲେ ଓ ପରେ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ତାଙ୍କ ଜୀବନ ବଞ୍ଚାଇବା ରେ ବି ସଫଳ ହେଇଥିଲେ।

ଗ୍ରାମବାସୀ ମାନଙ୍କର ସହଯୋଗ ଯୋଗୁ ଆଯୁ ଦୁଇ ଦୁତି ଜୀଵନ ବଞ୍ଚି ପାରିଛି ।ତେବେ ମୃତ୍ୟୁ ଯେତେବେଳେ ଆସିବାର ଥିବ ଆସିବ କିନ୍ତୁ ଆମକୁ ସବୁବେଳେ ସବୁକିଛି ସତର୍କ ହେଇ କାର୍ଯ୍ୟ କରିବାକୁ ପଡିଥାଏ। ନହେଲେ କେତେବେଳେ ଆପଣଙ୍କ ସହ କୋଉ ଦୁର୍ଘଟଣା ଘଟିଯିବ ତାହା ଜାଣି ପାରିବେ ନାହିଁ ।ଆଉ ପ୍ରକୃତିକୁ କେବେ କ୍ଷତି କରନ୍ତି ନାହିଁ ନହେଲେ ତାର ପ୍ରକୋପ ଖୁବ ଭୟଙ୍କରୀ ଯାହା ଆଗରେ କିଛି ବି ବର୍ତ୍ତିବା ମୁସ୍କିଲ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।